ଆଦିକବି ସାରଳା ଦାସ

କବିଙ୍କ ଜନ୍ମ ପନ୍ଚଦଶ ଶତାବ୍ଦୀର କଥା. ବର୍ତମାନର ଜଗତ୍ସିଂହପୁର ଜିଲ୍ଲାର କନକପୁରଠାରୁ ଅଳ୍ପ ଦୁରରେ ଥିବା ବଡ ସାରୋଳ ଗାଁର "କଳିନାଗ" ଠାରେ ଏକ ଶୁଦ୍ର ପରିବାରରେ ଜନ୍ମଲାଭ କରିଥିଲେ କବି ସାରଳା ଦାସ. କେଉଁ ତିଥିରେ କବି ଜନ୍ମଲାଭ କରିଥିଲେ, ସେ ସମ୍ବନ୍ଧରେ ତାଙ୍କ ରଚନାରୁ କିଛି ମିଳେ ନାହିଁ. ହୁଏତ ମହାଭାରତୀୟ ପରମ୍ପରାରେ ଅନୁପ୍ରାଣିତ ହୋଇ ସେ ମହାକବି କାଳିଦାସ, ଭବଭୁତି, ସେକ୍ସ୍ପିୟର ଏବଂ ଅଶ୍ଵଘୋଷଙ୍କ  ପରି ନିଜ ବଂଶ ପରିଚୟ  ଦେବାକୁ ଇଛା ପ୍ରକାଶ କରିନାହାନ୍ତି. ତେବେ ସେ ତାଙ୍କ ଗ୍ରନ୍ଥମାନଙ୍କରେ ଝଙ୍କଡ ପ୍ରଗଣାର କନକବତୀ ପାଟଣା ଅନ୍ତର୍ଗତ ସାରୋଳ ଗ୍ରାମରେ ଜନ୍ମ ହୋଇଥିବାର ଲେଖିଛନ୍ତି. ଏବେ ମଧ୍ୟ ସେଠାରେ "ଶାରଳା ଦାସନ୍କ ଡିହ" ଅଛି.  ଲୋକ କଥାରୁ କବିନ୍କ ସମ୍ଭ ନ୍ଧରେ ଅନେକ କଥା ଜଣା ଯାଏ. କବି ନ୍କ ଘର ଚନ୍ଦ୍ରଭାଗାନଦୀ ତଟରେ ଥିଲ ଓ ଅଳ୍ପ ଦୂରରେ "ବୃଦ୍ଧା ନଦୀ" ବହି ଯାଉଥିଲା. ସେମାନେ ଚାରି ଭାଇ ଥିଲେ ଆଉ ତାଙ୍କ ପରିବାରଟି ସେ ଗ୍ରାମର ମୁଖିଆ ପରିବାର ଥିଲା. ସେମାନଙ୍କର  ଇଷ୍ଟଦେବୀ ଥିଲେ "ଶାରଳା", ତେଣୁ ତାଙ୍କ ପରିବାରର ଲୋକେ ମା ଶାରଳାଙ୍କୁ ସେବାପୁଜା କରୁଥିଲେ. ମା'ଙ୍କ ଆଶୀର୍ବାଦରୁ କବିଙ୍କ  ପରିବାର ଅନ୍ନବସ୍ତ୍ରରେ ସର୍ବଦା ସୁଖୀ ଥିଲେ. ପରିବାରର ଲୋକେ ଅଭାବ ଅନାଟନ କଣ ଜାଣିନଥିଲେ. ଗଜପତି କପିଳେନ୍ଦ୍ରଦେବ ଓଡିଶାର ଶାସକ ଥିଲେ ଓ ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ.  ଓଡିଶାର ମାଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା. ଯେଉଁଆଡେ ଚାହିଁଲେ ସବୁଜ ରଙ୍ଗ. ନାନା ଜାତିର ଫୁଲ, ଫଳ ଖାଦ୍ୟ ଶାସ୍ୟରେ ପରିପୂର୍ଣ.  ନିଜେ ଖାଇ ବଳକା ଦ୍ରବ୍ୟରେ ବେପାର ବଣିଜ କରି ଓଡିଆ ପୁଅ ଏ ରାଜ୍ୟକୁ ସୁନାରେ ଭରୁଥିଲା. ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା. ଲୋକେ ନିଜକୁ ସେହି ଆଦର୍ଶରେ ଗଢି, ଭାରତରେ ନିଜ ସଂସ୍କୃତି ପାଇଁ ସୁନାମ ପା ଇଲେ. ଚାଷୀଘରର ପିଲା. ହିଡମାଟି ହିଡରେ ଲଦିଲେ ପେଟ ପୁରେ. କଥାରେ ଅଛି, ଚଷା - ଲକ୍ଷ ଜୀବ ପୋଷା. ବୈଶାଖମାସ ଅଷ୍ଟମୀ ତିଥୀ, ମଙ୍ଗଳ ଵାର. ପ୍ରବଳ ଖରା. କବି ଯନ୍ତାରେ ଆଖୁ କିଆରୀକୁ ପାଣି ବୋହୁଥିଲେ. ପାଖରେ ରାସ୍ତା, ଲୋକମାନେ ଯେ ଯାହା କାମରେ ଯିବା ଆସିବା କରୁଥାନ୍ତି. କବି ପାଣିବୁହା ପରିଶ୍ରମର କଷ୍ଟ ଉଣା କରିବା ପାଇଁ ଗୀତ ଗାଉଥାନ୍ତି. ମା ଶାରଳା ପ୍ରତିଦିନ ପରି ସେଦିନ ରାସ୍ତାରେ ବୁଲି ଯାଉଥାନ୍ତି. ସେ ନାନା ଅଳଙ୍କାର ପିନ୍ଧିଥିବା ଏକ ଦିବ୍ୟ ତରୁଣୀଙ୍କୁ ଦେଖି ଗୀତ ବନ୍ଦ କରିଦେଲେ. କିଛି ସମୟ ପରେ ଦେବୀ ବୃଦ୍ଧା ବେଶରେ ଆସି କାହିଁକି ଗୀତ ବନ୍ଦ କଲ ବୋଲି ପ୍ରଶ୍ନ କଲେ. କବି କେଵଳ ତାଙ୍କୁ ଦେଖି ୟାଡୁସ୍ୟାଡୁ ଗୀତକୁ ବନ୍ଦ କରିଛନ୍ତି ଵୋଲିକହିଲେ. ମା କହିଲେ ଏଣିକି ତୁମ କଣ୍ଠରୁ ଅନ୍ୟ କିଛି ଗୀତ ନ ବାହାରି କେବଳ ବିଷ୍ନୁଚରିତ ବାହାରିବ. ଏହା ମୋର ଆଶିର୍ବାଦ. ତାପରେ ସେ କୁଅଡେ ଉଭେଇଗଲେ. କବି ତାଙ୍କର ପରିଚୟ ପାଇବାକୁ ବ୍ୟାକୁଳ ହୋଇ ଉଠିଲେ. ମନ ମଧ୍ୟରେ ମାଙ୍କ କଥା ଭାବି କବି ଶୋଇ ଶୋଇ ସ୍ଵପ୍ନ ଦେଖିଲେ. ଚାରିଆଡ ଅଲୋକିର ହୋଇଗଲା.ଦେବୀ ଶାରଳା ସିଂହ ବାହନରେ ବିଜେ ହୋଇଥାନ୍ତି. ଆଠଟି ବାହୁରେ ଅଶ୍ତ୍ରଶସ୍ତ୍ର ସହ ଲେଖନୀ ତାଳପତ୍ର ରହିଥାଏ. ଝୁଣା, ଗୋକୁଳ, ଚୁଆ ଓ ଚନ୍ଦନର ବାସ୍ନାରେ ଚାରିଦିଗମହକି ଉଠୁଥାଏ. ମାଙ୍କ ଦିବ୍ୟ ମୂର୍ତ୍ତୀ ଦେଖି କବି ପ୍ରଣାମ କଲେ. ମା ଖୁସିରେ ତାଙ୍କୁ ଉଠେଇ ନେଇ କହିଲେ - ବାବୁରେ! ମୁ ହେଉଛି ଝଙ୍କଡବାସିନୀ ମହିଷା-ମର୍ଦିନୀ ଶାରଳା.  ମୁଁ ମହାଲକ୍ଷ୍ମୀ ଓ ମହା ସରସ୍ଵତୀ.  ପାଣି ବୋହିବା ବେଳେ ମୁଁ ଦେଖା ଦେଇଥିଲି. ତୁ ଏଣିକି ବିଷ୍ନୁପୁରାଣ ରଚନାରେ ମନ ପ୍ରାଣ ଢାଳି ଦେ. କବି ପ୍ରଶ୍ନ କଲେ " ମା ଲୋ, ମୁଁ ତ ମୁର୍ଖ! କେମିତି ଲେଖିବି?" ମା କହିଲେ " ପୁଅ! ମୁ ପରା ଅଛି. ତୁ ବ୍ୟସ୍ତ ହେଉଛୁ କାହିଁକି? ମୁଁ ସର୍ବଦା ତୋ କଣ୍ଠରେ ବସି ଗୀତ ରଚନରେ ସାହାଯ୍ୟ କରିବି. ଏତିକି କହି ଲେଖନୀ ତାଳପତ୍ର ଖେଦା ଦେଇ ମା ଉଭେଇ ଗଲେ. ରାତି ପାହିଲା, କବି ସ୍ଵପ୍ନକଥା ମନେ ପକାଇ ଅଥୟ ହୋଇପଡିଲେ. ସତକୁ ସତ ଶେଯରୁ ଲେଖନୀ ତାଳପତ୍ର ପାଇଲେ. ନିତ୍ୟକର୍ମ ସାରି ମାଙ୍କ ମନ୍ଦିରକୁ ଯାଇ ଶହେ ଆଠ ପ୍ରଣାମ କରି ପ୍ରନ୍ଥ ରଚନାରେ ମନ ଦେଲେ. ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା. ବ୍ରାହ୍ମଣ ପ୍ରଧାନ ସମାଜରେ ଶୁଦ୍ର ହୋଇ ପୁରାଣ ସାହିତ୍ୟ ଲେଖିବାରୁ ବ୍ରାହ୍ମଣମାନଙ୍କ ରାଗରୁ ବନ୍ଚିଵାକୁ କବି ସାରୋଳ ଗ୍ରାମ ଛାଡି ଦେଲେ. ସେ ବୃଦ୍ଧା ନଦୀ କୁଳରେ ଏକ ନିକାନ୍ଚନ ସ୍ଥାନ ଦେଖି ଆଶ୍ରମ କଲେ. ସେଠାରେ ଗ୍ରନ୍ଥ ରଚନାରେ ମନ ଦେଲେ. ଦୈନିକ ତିନ୍ତୁଳିପଦା ଆଶ୍ରମରୁ (ମଠ) ଶାରଳା ମନ୍ଦିରକୁ ଯାଇ ଦେବୀଦର୍ଶନ କରିବା କବିଙ୍କୁ ବହୁତ କଷ୍ଟକର ହେଉଥିଲା. ମା ପୁଅର ଦୁଃଖ ଜାଣି କହିଲେ "ପୁଅ, ତୋର ଦୁଃଖ ଦେଖି ମୁଁ ସହିପାରୁନାହିଁ. ତୁ ଖରା, ବର୍ଷା,ଝଡ ଓ ଶୀତରେ ନିଯମିତ ଆସି ମୋର ଦର୍ଶନ କରୁଛୁ. ତାପରେ ଯାଇ ଯାହା ଜଳସ୍ପର୍ଶ କରୁଛୁ. ବାଟ ଦୁଇ ତିନିନ କୋଷ ଆସୁଛୁ, ଯ଼ାଉଛୁ. ତୋର କଷ୍ଟ ଉଣା କରିବା ପାଇଁ ମୁ ପ୍ରସନ୍ନ ହେଉଛି.  ତୁ ଆଜି ବାଟରେ ଗଲାବେଳେ ଦେଖିବୁ, ଯେଉଁଠି ବଗ ଛନ୍ଚାଣକୁ ମାଡି ବସିଥିବ, ସେଇଠାରେ ମୁଁ ପ୍ରକଟ ହେବି. କବି ମୁଣ୍ଡିଆ ମାରି ପାଦୁକ ପାଇଲେ. ଗୁଡାଏ ବାଟ ଚାଲି ସେ ଆସିଲାବେଳେ ଚାରି ଆଡକୁ ଚାହିଁ ଚାହିଁ ଆସୁଥାନ୍ତି. ହଠାତ ଆଗରେ ଥିବା ପଡିଆ ଜମିରେ ଗୋଟିଏ ବଗ ଛନ୍ଚାଣକୁ ମାଡି ବସିଥିବାର ସେ ଦେଖିଲେ. କବି ଜାଣିଲେ ମା ସେଇଠି ବାହାରିବେ. ତାଙ୍କୁ ପୁର୍ବରୁ ଦେଖିଥିବା ସ୍ଵପ୍ନାଦେଶ ଗୋଟି ଗୋଟି କରି ମନେ ପଡିଗଲା. ତେଣୁ ସେଠାରେ ସେ ଦେବୀଙ୍କୁ ପ୍ରାର୍ଥନା କଲେ. ଶୁନ୍ୟବାଣୀ ହେଲା ମୁଁ ଏଇଠି ଅଛି ପୁତ୍ର! ତୁ ମୋତେ ଉଦ୍ଧାର କରି ମନ୍ଦିରରେ ରଖ. ପ୍ରତିଦିନ ଏଇଠି ମୋତେ ଦର୍ଶନ କଲେ ତୋର ମନୋବାଙ୍ଛା ପୁର୍ଣ ହେବ. କବି ଗ୍ରାମବାସୀଙ୍କ ସାହାଯ୍ୟରେ ସେ ସ୍ଥାନକୁ ଖୋଳାଇଲେ, ମାଟି ଭିତରୁ ଅଷ୍ଟଭୂଜା ଦେବୀ ମୁର୍ତ୍ତୀ ପାଇଲେ. କବିଙ୍କ ଆଖିରୁ ଆନନ୍ଦର ଝର ଝର ହୋଇ ଲୁହ ବୋହିଗଲା. କବି ମାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଭକ୍ତିରେ ଗଡିଗଲେ. ସମବେତ ଜନତା ମା ଶାରଳାଙ୍କ ଜୟ ଜୟକାରରେ ଚଉଦିଗ କମ୍ପାଇ ଦେଲେ. ସମସ୍ତେ ମିଳି ମିଶି ସେଇଠି ମାଙ୍କ ମନ୍ଦିରଟିଏ ତୋଳାଇଲେ. କବିଙ୍କ ମଠ ପଶ୍ଚିମ ଦିଗରେ ଥିବାରୁ ମନ୍ଦିରର ମୁହଁ ପଶ୍ଚିମ ଦିଗକୁ ରହିଲା. କବି ମଠରେ ବସି ମାଙ୍କୁ ଦର୍ଶନ କରିବେ ବୋଲି ଇଛା କରିଥିଲେେ. କବିଙ୍କର ଏଇ ଇଛାକୁ ମା ପୁର୍ଣ କରିଥିଲେ. ଏବେବି ସେହି ବିଲ ଶାରଳା ମନ୍ଦିର ମୁହଁ ଓ କବିଙ୍କ ସମାଧି ପୀଠ ପଶ୍ଚିମ ମୁଖା ହୋଇ ରହିଛି. ମହଭାରତ ଗ୍ରନ୍ଥରେ ତାଙ୍କର ପୁର୍ବଜନ୍ମ ସମ୍ବନ୍ଧରେ ସୂଚନା ଦେଇ କବି ଲେଖିଛନ୍ତି ଯେ ସେ କପିଳାସ ପର୍ବତରେ "ନନ୍ଦିକେଶ୍ଵର" ନାମରେ ଶିଵଙ୍କର ଦ୍ଵାରପାଳ ଥିଲେ. ପାର୍ବତୀ ଦୁର୍ଗାରୁପରେ ମହିଷାସୁର ବଧ କରିବାକୁ ସିଂହବାହନରେ ଗଲାବେଳେ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ. ଦୁର୍ଗା ଵିଵସନା ହୋଇ ମହିଷାସୁରକୁ ଵଧ କରିବା କଥା ଵିଘ୍ନରାଜଙ୍କୁ କହିବାରୁ ସେ ଅଭିଶାପ ପାଇଲେ. ଫଳରେ ସେ ମର୍ତ୍ତ ମଣ୍ଡଳରେ ଜନ୍ମ ଗ୍ରହଣ କଲେ. ପ୍ରଥମ ଜନ୍ମରେ କାଳିଦାସ, ଦ୍ଵିତୀୟରେ ମହାକାଳିକା ରୁପେ ସେ ଜନ୍ମ ନେଇଛନ୍ତି. ଏବେ ତ୍ରୁତୀୟ ଜନ୍ମ ଭାବରେ ଶାରଳା ଦାସ କବି ହୋଇଛନ୍ତି. ସେ ଆଉ ଏକ ଜନ୍ମ ଏ ସଂସାରରେ ନେବେ. ପ୍ରତ୍ୟେକ ଜନ୍ମରେ ପନ୍ଦର ଲକ୍ଷ କଥା ଭାବି ଚାରି ଜନ୍ମରେ ଷାଠିଏ ଲକ୍ଷ କଥା ଲେଖିବେ. ସମସ୍ତକଥା ଵିଷ୍ନୁଲୀଳା ଉପରେ ହୋଇଥିବ, ଯାହାଦ୍ଵାରା ସେ ଶାପମୁକ୍ତ ହୋଇ କୈଳାଶକୁ  ଫେରିଯାଇ ପାରିବେ. ଆଦିକବି ଶାରଳା ଦାସ ତାଙ୍କର ଗ୍ରନ୍ଥ ମାନଙ୍କରେ ନିଜକୁ ଗଣ୍ଡମୁର୍ଖ, ଅଜ୍ଞାନ ଏବଂ ଅପଣ୍ଡିତ ବୋଲି ପ୍ରକାଶ କରିଛନ୍ତି. ସେ କେବେଳ ମା ଶାରଳାଙ୍କ ଆଶୀର୍ଵାଦରୁ କାବ୍ୟ ଲେଖିଛନ୍ତି ବୋଲି ଵର୍ଣନା କରିଛନ୍ତି. ତେଣୁ ସମାଲୋଚକମାନେ ତାଙ୍କୁ ମହାମୁର୍ଖ ଭାବେ ବର୍ଣନା କରିଛନ୍ତି. ଯେକୌଣସି ପାଠକ ଯଦି ଶାରଳା ସାହିତ୍ୟ ପଢିବ, ତେବେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋତେ ଗଜମୁର୍ଖ ନ ଥିଲେ. ସେଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ. ବରଂ ସେ ତତ୍କାଳୀନ ସମାଜର ବଡପଣ୍ଡାମାନଙ୍କ ମୂର୍ଖ ବନାଇ ଦେଉଥିଲେ. ଶାରଳା ଦାସ ଅଵଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ. କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରଵେଶ ଥିଲା. ସେ ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିଲେ. ତାଙ୍କର ଅସୀମ ଜ୍ଞାନ ଥିଲା. ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ବହୁତ ଥିଲା. ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ. ଏତେ ସବୁ ସତ୍ତ୍ଵେ ସେ ସେତେବେଳର ସମାଜକୁ ଭୟ କରୁଥିଲେ. ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡିଆ ସାହିତ୍ୟରୁପୀ କୋଣାର୍କ ଗଢିଲେ. ଓଡିଆ ଭାଷାରେ ଏତେବଡ ଓ ଏତେଗୁଡାଏ ଗ୍ରନ୍ଥ ଲେଖିବା ଦ୍ଵାରା ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତାତାଙ୍କ ସାହିତ୍ୟକୁ ଅନାଦର କରିବେ, ଖାସ ଏଇ ଭୟରେ ସେ ଚତୁରବୁଦ୍ଧିରେ ନିଜ କାମକୁ ଆଗେଇ ନେଲେ. ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି. ଯାହା ମା ଶାରଳା କୁହନ୍ତି, ତାକୁ ହିଁ ସେ ଲେଖିଛନ୍ତି. ତାଙ୍କର କିଛି ଦୋଷ ନାହିଁ. ଯେ କୌଣସି ଦ୍ରବ୍ୟରେ ତୁଳସିପତ୍ର ପଡିଲେ ଯେପରି ଵିଷ୍ନୁଙ୍କ ପସାଦ ହୁଏ, ଠିକ ସେମିତି ଶାରଳା ଦେବୀଙ୍କ ନାମକୁ ନେଇ କବି ତାଙ୍କ ପରି ଜଣେ ଶୁଦ୍ରର ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ. ଏଥିରୁ ସେ କେତେଦୁର ଇଶ୍ଵର ଵିଶାସୀ ଥିଲେ ତାହାର ପ୍ରମାଣ ମିଳେ. ଓଡିଆ ଭାଷା ସାହିତ୍ୟର ସେ ଜଣେ ଵିରଳ ପ୍ରତିଭା. କବିଙ୍କ ଶାସ୍ତ୍ରଜ୍ଞାନ ଓ ସୈନ୍ୟବାହିନୀରେ ସାମିଲ... Continue Reading →

Blog at WordPress.com.

Up ↑