Chhera Pahnara: Legend behind the ritual

The Ratha Jatra (Car Festival as the English media calls it) is going on. Many of us who watched the live telecast or seen it in person, would have noticed the various rituals performed before the main event. One of them is Chhera Pahnara (“ଛେରା ପହଁରା” in Odia) which is an interesting ritual involving the King (descendants of the royal family of Odisha) sweeping the floors of the chariots with a broom with a golden handle and sprinkling sandalwood water. There is a beautiful story behind this ritual which goes as follows.

King Purushottam Dev of Odisha (erstwhile Utkala) during a visit to South India, fell in love with the beautiful princess of Kanchi, called Padmavati. King of Kanchi was happy to give the consent for the marriage. However one of the ministers from Kanchi who paid a visit to Puri during Ratha Jatra time, saw King Purushottam Dev sweeping the floors of the chariot and informed this to his master. Hearing this the king of Kanchi declined for the marriage and organised a Swayamvar. He didn’t want to give his daughter’s hands in the hands of a sweeper, so King Purushottam Dev was not invited. This annoyed  the King of Odisha and he launched attack on Kanchi.

In the battle, Purushottam Dev lost badly and retreated back to Odisha. He then went to the Jagannatha temple in Puri and expressed his grievances of having a humiliating defeat in spite of being an ardent worshipper of the lords.  The Lord himself asked him to raise the war again and assured him victory. The king conceded to the divine voice and planned for the war again.

One day before the king left with his troops, Lord Jagannatha and Balabhadra in the guise of two horse-borne soldiers set out for Kanchi. On the way the younger sibling was thirsty, so they stopped an old women selling milk and drank some butter milk from her. In return they gave a ring to the lady called Manika and asked her to hand it over the same to the king who would pass by the route and get her dues in exchange. The lady agreed. Next day while Purushottam Dev was passing by, Manika showed the ring to him and asked for her dues. The king recognised the ring which belonged to Lord Jagannatha. He was overwhelmed with the kindness of the lord, gifted a village to the old lady and declared it to be named after her as Manikapatana.

After a fierce battle, Kanchi was defeated. Both the king and the princess Padmavati were held captive and brought to Puri. As a vengeance, the Odia king decided to get Padmavati married to a sweeper in presence of her father and asked his minister to find one.

In the meantime Ratha Jatra came and as per tradition, the king was sweeping the  floor of the chariots with a broom. The clever minister immediately offered the king to marry Padmavati as there could be no better sweeper than the king himself. The king was impressed and married the princess of Kanchi right in front of the deities.

ଆଦିକବି ସାରଳା ଦାସ

ଆଦିକବି ସାରଳା ଦାସ

କବିଙ୍କ ଜନ୍ମ

ପନ୍ଚଦଶ ଶତାବ୍ଦୀର କଥା. ବର୍ତମାନର ଜଗତ୍ସିଂହପୁର ଜିଲ୍ଲାର କନକପୁରଠାରୁ ଅଳ୍ପ ଦୁରରେ ଥିବା ବଡ ସାରୋଳ ଗାଁର “କଳିନାଗ” ଠାରେ ଏକ ଶୁଦ୍ର ପରିବାରରେ ଜନ୍ମଲାଭ କରିଥିଲେ କବି ସାରଳା ଦାସ. କେଉଁ ତିଥିରେ କବି ଜନ୍ମଲାଭ କରିଥିଲେ, ସେ ସମ୍ବନ୍ଧରେ ତାଙ୍କ ରଚନାରୁ କିଛି ମିଳେ ନାହିଁ. ହୁଏତ ମହାଭାରତୀୟ ପରମ୍ପରାରେ ଅନୁପ୍ରାଣିତ ହୋଇ ସେ ମହାକବି କାଳିଦାସ, ଭବଭୁତି, ସେକ୍ସ୍ପିୟର ଏବଂ ଅଶ୍ଵଘୋଷଙ୍କ  ପରି ନିଜ ବଂଶ ପରିଚୟ  ଦେବାକୁ ଇଛା ପ୍ରକାଶ କରିନାହାନ୍ତି. ତେବେ ସେ ତାଙ୍କ ଗ୍ରନ୍ଥମାନଙ୍କରେ ଝଙ୍କଡ ପ୍ରଗଣାର କନକବତୀ ପାଟଣା ଅନ୍ତର୍ଗତ ସାରୋଳ ଗ୍ରାମରେ ଜନ୍ମ ହୋଇଥିବାର ଲେଖିଛନ୍ତି. ଏବେ ମଧ୍ୟ ସେଠାରେ “ଶାରଳା ଦାସନ୍କ ଡିହ” ଅଛି.  ଲୋକ କଥାରୁ କବିନ୍କ ସମ୍ଭ ନ୍ଧରେ ଅନେକ କଥା ଜଣା ଯାଏ. କବି ନ୍କ ଘର ଚନ୍ଦ୍ରଭାଗାନଦୀ ତଟରେ ଥିଲ ଓ ଅଳ୍ପ ଦୂରରେ “ବୃଦ୍ଧା ନଦୀ” ବହି ଯାଉଥିଲା. ସେମାନେ ଚାରି ଭାଇ ଥିଲେ ଆଉ ତାଙ୍କ ପରିବାରଟି ସେ ଗ୍ରାମର ମୁଖିଆ ପରିବାର ଥିଲା. ସେମାନଙ୍କର  ଇଷ୍ଟଦେବୀ ଥିଲେ “ଶାରଳା”, ତେଣୁ ତାଙ୍କ ପରିବାରର ଲୋକେ ମା ଶାରଳାଙ୍କୁ ସେବାପୁଜା କରୁଥିଲେ. ମା’ଙ୍କ ଆଶୀର୍ବାଦରୁ କବିଙ୍କ  ପରିବାର ଅନ୍ନବସ୍ତ୍ରରେ ସର୍ବଦା ସୁଖୀ ଥିଲେ. ପରିବାରର ଲୋକେ ଅଭାବ ଅନାଟନ କଣ ଜାଣିନଥିଲେ. ଗଜପତି କପିଳେନ୍ଦ୍ରଦେବ ଓଡିଶାର ଶାସକ ଥିଲେ ଓ ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ.  ଓଡିଶାର ମାଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା. ଯେଉଁଆଡେ ଚାହିଁଲେ ସବୁଜ ରଙ୍ଗ. ନାନା ଜାତିର ଫୁଲ, ଫଳ ଖାଦ୍ୟ ଶାସ୍ୟରେ ପରିପୂର୍ଣ.  ନିଜେ ଖାଇ ବଳକା ଦ୍ରବ୍ୟରେ ବେପାର ବଣିଜ କରି ଓଡିଆ ପୁଅ ଏ ରାଜ୍ୟକୁ ସୁନାରେ ଭରୁଥିଲା.

ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା. ଲୋକେ ନିଜକୁ ସେହି ଆଦର୍ଶରେ ଗଢି, ଭାରତରେ ନିଜ ସଂସ୍କୃତି ପାଇଁ ସୁନାମ ପା ଇଲେ.

ଚାଷୀଘରର ପିଲା. ହିଡମାଟି ହିଡରେ ଲଦିଲେ ପେଟ ପୁରେ. କଥାରେ ଅଛି, ଚଷା – ଲକ୍ଷ ଜୀବ ପୋଷା. ବୈଶାଖମାସ ଅଷ୍ଟମୀ ତିଥୀ, ମଙ୍ଗଳ ଵାର. ପ୍ରବଳ ଖରା. କବି ଯନ୍ତାରେ ଆଖୁ କିଆରୀକୁ ପାଣି ବୋହୁଥିଲେ. ପାଖରେ ରାସ୍ତା, ଲୋକମାନେ ଯେ ଯାହା କାମରେ ଯିବା ଆସିବା କରୁଥାନ୍ତି. କବି ପାଣିବୁହା ପରିଶ୍ରମର କଷ୍ଟ ଉଣା କରିବା ପାଇଁ ଗୀତ ଗାଉଥାନ୍ତି. ମା ଶାରଳା ପ୍ରତିଦିନ ପରି ସେଦିନ ରାସ୍ତାରେ ବୁଲି ଯାଉଥାନ୍ତି. ସେ ନାନା ଅଳଙ୍କାର ପିନ୍ଧିଥିବା ଏକ ଦିବ୍ୟ ତରୁଣୀଙ୍କୁ ଦେଖି ଗୀତ ବନ୍ଦ କରିଦେଲେ. କିଛି ସମୟ ପରେ ଦେବୀ ବୃଦ୍ଧା ବେଶରେ ଆସି କାହିଁକି ଗୀତ ବନ୍ଦ କଲ ବୋଲି ପ୍ରଶ୍ନ କଲେ. କବି କେଵଳ ତାଙ୍କୁ ଦେଖି ୟାଡୁସ୍ୟାଡୁ ଗୀତକୁ ବନ୍ଦ କରିଛନ୍ତି ଵୋଲିକହିଲେ. ମା କହିଲେ ଏଣିକି ତୁମ କଣ୍ଠରୁ ଅନ୍ୟ କିଛି ଗୀତ ନ ବାହାରି କେବଳ ବିଷ୍ନୁଚରିତ ବାହାରିବ. ଏହା ମୋର ଆଶିର୍ବାଦ. ତାପରେ ସେ କୁଅଡେ ଉଭେଇଗଲେ.

କବି ତାଙ୍କର ପରିଚୟ ପାଇବାକୁ ବ୍ୟାକୁଳ ହୋଇ ଉଠିଲେ. ମନ ମଧ୍ୟରେ ମାଙ୍କ କଥା ଭାବି କବି ଶୋଇ ଶୋଇ ସ୍ଵପ୍ନ ଦେଖିଲେ. ଚାରିଆଡ ଅଲୋକିର ହୋଇଗଲା.ଦେବୀ ଶାରଳା ସିଂହ ବାହନରେ ବିଜେ ହୋଇଥାନ୍ତି. ଆଠଟି ବାହୁରେ ଅଶ୍ତ୍ରଶସ୍ତ୍ର ସହ ଲେଖନୀ ତାଳପତ୍ର ରହିଥାଏ. ଝୁଣା, ଗୋକୁଳ, ଚୁଆ ଓ ଚନ୍ଦନର ବାସ୍ନାରେ ଚାରିଦିଗମହକି ଉଠୁଥାଏ. ମାଙ୍କ ଦିବ୍ୟ ମୂର୍ତ୍ତୀ ଦେଖି କବି ପ୍ରଣାମ କଲେ.

ମା ଖୁସିରେ ତାଙ୍କୁ ଉଠେଇ ନେଇ କହିଲେ – ବାବୁରେ! ମୁ ହେଉଛି ଝଙ୍କଡବାସିନୀ ମହିଷା-ମର୍ଦିନୀ ଶାରଳା.  ମୁଁ ମହାଲକ୍ଷ୍ମୀ ଓ ମହା ସରସ୍ଵତୀ.  ପାଣି ବୋହିବା ବେଳେ ମୁଁ ଦେଖା ଦେଇଥିଲି. ତୁ ଏଣିକି ବିଷ୍ନୁପୁରାଣ ରଚନାରେ ମନ ପ୍ରାଣ ଢାଳି ଦେ.

କବି ପ୍ରଶ୍ନ କଲେ ” ମା ଲୋ, ମୁଁ ତ ମୁର୍ଖ! କେମିତି ଲେଖିବି?”

ମା କହିଲେ ” ପୁଅ! ମୁ ପରା ଅଛି. ତୁ ବ୍ୟସ୍ତ ହେଉଛୁ କାହିଁକି? ମୁଁ ସର୍ବଦା ତୋ କଣ୍ଠରେ ବସି ଗୀତ ରଚନରେ ସାହାଯ୍ୟ କରିବି. ଏତିକି କହି ଲେଖନୀ ତାଳପତ୍ର ଖେଦା ଦେଇ ମା ଉଭେଇ ଗଲେ.

ରାତି ପାହିଲା, କବି ସ୍ଵପ୍ନକଥା ମନେ ପକାଇ ଅଥୟ ହୋଇପଡିଲେ. ସତକୁ ସତ ଶେଯରୁ ଲେଖନୀ ତାଳପତ୍ର ପାଇଲେ. ନିତ୍ୟକର୍ମ ସାରି ମାଙ୍କ ମନ୍ଦିରକୁ ଯାଇ ଶହେ ଆଠ ପ୍ରଣାମ କରି ପ୍ରନ୍ଥ ରଚନାରେ ମନ ଦେଲେ.

ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା. ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ. ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନଥିଲା. ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ. ଆଜିକାଲିକା ପରି ବହିପତ୍ର ନଥିଲା. ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା. କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ତାଙ୍କଠୀରୁ ଓଡିଆ ଭାଷାର ଅଗ୍ରଗତୀ ଆରମ୍ଭ ହେଲା.ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା. ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା.

ବ୍ରାହ୍ମଣ ପ୍ରଧାନ ସମାଜରେ ଶୁଦ୍ର ହୋଇ ପୁରାଣ ସାହିତ୍ୟ ଲେଖିବାରୁ ବ୍ରାହ୍ମଣମାନଙ୍କ ରାଗରୁ ବନ୍ଚିଵାକୁ କବି ସାରୋଳ ଗ୍ରାମ ଛାଡି ଦେଲେ. ସେ ବୃଦ୍ଧା ନଦୀ କୁଳରେ ଏକ ନିକାନ୍ଚନ ସ୍ଥାନ ଦେଖି ଆଶ୍ରମ କଲେ. ସେଠାରେ ଗ୍ରନ୍ଥ ରଚନାରେ ମନ ଦେଲେ. ଦୈନିକ ତିନ୍ତୁଳିପଦା ଆଶ୍ରମରୁ (ମଠ) ଶାରଳା ମନ୍ଦିରକୁ ଯାଇ ଦେବୀଦର୍ଶନ କରିବା କବିଙ୍କୁ ବହୁତ କଷ୍ଟକର ହେଉଥିଲା. ମା ପୁଅର ଦୁଃଖ ଜାଣି କହିଲେ “ପୁଅ, ତୋର ଦୁଃଖ ଦେଖି ମୁଁ ସହିପାରୁନାହିଁ. ତୁ ଖରା, ବର୍ଷା,ଝଡ ଓ ଶୀତରେ ନିଯମିତ ଆସି ମୋର ଦର୍ଶନ କରୁଛୁ. ତାପରେ ଯାଇ ଯାହା ଜଳସ୍ପର୍ଶ କରୁଛୁ. ବାଟ ଦୁଇ ତିନିନ କୋଷ ଆସୁଛୁ, ଯ଼ାଉଛୁ. ତୋର କଷ୍ଟ ଉଣା କରିବା ପାଇଁ ମୁ ପ୍ରସନ୍ନ ହେଉଛି.  ତୁ ଆଜି ବାଟରେ ଗଲାବେଳେ ଦେଖିବୁ, ଯେଉଁଠି ବଗ ଛନ୍ଚାଣକୁ ମାଡି ବସିଥିବ, ସେଇଠାରେ ମୁଁ ପ୍ରକଟ ହେବି.

କବି ମୁଣ୍ଡିଆ ମାରି ପାଦୁକ ପାଇଲେ. ଗୁଡାଏ ବାଟ ଚାଲି ସେ ଆସିଲାବେଳେ ଚାରି ଆଡକୁ ଚାହିଁ ଚାହିଁ ଆସୁଥାନ୍ତି. ହଠାତ ଆଗରେ ଥିବା ପଡିଆ ଜମିରେ ଗୋଟିଏ ବଗ ଛନ୍ଚାଣକୁ ମାଡି ବସିଥିବାର ସେ ଦେଖିଲେ. କବି ଜାଣିଲେ ମା ସେଇଠି ବାହାରିବେ. ତାଙ୍କୁ ପୁର୍ବରୁ ଦେଖିଥିବା ସ୍ଵପ୍ନାଦେଶ ଗୋଟି ଗୋଟି କରି ମନେ ପଡିଗଲା. ତେଣୁ ସେଠାରେ ସେ ଦେବୀଙ୍କୁ ପ୍ରାର୍ଥନା କଲେ.

ଶୁନ୍ୟବାଣୀ ହେଲା ମୁଁ ଏଇଠି ଅଛି ପୁତ୍ର! ତୁ ମୋତେ ଉଦ୍ଧାର କରି ମନ୍ଦିରରେ ରଖ. ପ୍ରତିଦିନ ଏଇଠି ମୋତେ ଦର୍ଶନ କଲେ ତୋର ମନୋବାଙ୍ଛା ପୁର୍ଣ ହେବ. କବି ଗ୍ରାମବାସୀଙ୍କ ସାହାଯ୍ୟରେ ସେ ସ୍ଥାନକୁ ଖୋଳାଇଲେ, ମାଟି ଭିତରୁ ଅଷ୍ଟଭୂଜା ଦେବୀ ମୁର୍ତ୍ତୀ ପାଇଲେ. କବିଙ୍କ ଆଖିରୁ ଆନନ୍ଦର ଝର ଝର ହୋଇ ଲୁହ ବୋହିଗଲା. କବି ମାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଭକ୍ତିରେ ଗଡିଗଲେ. ସମବେତ ଜନତା ମା ଶାରଳାଙ୍କ ଜୟ ଜୟକାରରେ ଚଉଦିଗ କମ୍ପାଇ ଦେଲେ. ସମସ୍ତେ ମିଳି ମିଶି ସେଇଠି ମାଙ୍କ ମନ୍ଦିରଟିଏ ତୋଳାଇଲେ. କବିଙ୍କ ମଠ ପଶ୍ଚିମ ଦିଗରେ ଥିବାରୁ ମନ୍ଦିରର ମୁହଁ ପଶ୍ଚିମ ଦିଗକୁ ରହିଲା. କବି ମଠରେ ବସି ମାଙ୍କୁ ଦର୍ଶନ କରିବେ ବୋଲି ଇଛା କରିଥିଲେେ. କବିଙ୍କର ଏଇ ଇଛାକୁ ମା ପୁର୍ଣ କରିଥିଲେ. ଏବେବି ସେହି ବିଲ ଶାରଳା ମନ୍ଦିର ମୁହଁ ଓ କବିଙ୍କ ସମାଧି ପୀଠ ପଶ୍ଚିମ ମୁଖା ହୋଇ ରହିଛି.

ମହଭାରତ ଗ୍ରନ୍ଥରେ ତାଙ୍କର ପୁର୍ବଜନ୍ମ ସମ୍ବନ୍ଧରେ ସୂଚନା ଦେଇ କବି ଲେଖିଛନ୍ତି ଯେ ସେ କପିଳାସ ପର୍ବତରେ “ନନ୍ଦିକେଶ୍ଵର” ନାମରେ ଶିଵଙ୍କର ଦ୍ଵାରପାଳ ଥିଲେ. ପାର୍ବତୀ ଦୁର୍ଗାରୁପରେ ମହିଷାସୁର ବଧ କରିବାକୁ

ସିଂହବାହନରେ ଗଲାବେଳେ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ. ଦୁର୍ଗା ଵିଵସନା ହୋଇ ମହିଷାସୁରକୁ ଵଧ କରିବା କଥା ଵିଘ୍ନରାଜଙ୍କୁ କହିବାରୁ ସେ ଅଭିଶାପ ପାଇଲେ. ଫଳରେ ସେ ମର୍ତ୍ତ ମଣ୍ଡଳରେ ଜନ୍ମ ଗ୍ରହଣ କଲେ. ପ୍ରଥମ ଜନ୍ମରେ କାଳିଦାସ, ଦ୍ଵିତୀୟରେ ମହାକାଳିକା ରୁପେ ସେ ଜନ୍ମ ନେଇଛନ୍ତି. ଏବେ ତ୍ରୁତୀୟ ଜନ୍ମ ଭାବରେ ଶାରଳା ଦାସ କବି ହୋଇଛନ୍ତି. ସେ ଆଉ ଏକ ଜନ୍ମ ଏ ସଂସାରରେ ନେବେ. ପ୍ରତ୍ୟେକ ଜନ୍ମରେ ପନ୍ଦର ଲକ୍ଷ କଥା ଭାବି ଚାରି ଜନ୍ମରେ ଷାଠିଏ ଲକ୍ଷ କଥା ଲେଖିବେ. ସମସ୍ତକଥା ଵିଷ୍ନୁଲୀଳା ଉପରେ ହୋଇଥିବ, ଯାହାଦ୍ଵାରା ସେ ଶାପମୁକ୍ତ ହୋଇ କୈଳାଶକୁ  ଫେରିଯାଇ ପାରିବେ.

ଆଦିକବି ଶାରଳା ଦାସ ତାଙ୍କର ଗ୍ରନ୍ଥ ମାନଙ୍କରେ ନିଜକୁ ଗଣ୍ଡମୁର୍ଖ, ଅଜ୍ଞାନ ଏବଂ ଅପଣ୍ଡିତ ବୋଲି ପ୍ରକାଶ କରିଛନ୍ତି. ସେ କେବେଳ ମା ଶାରଳାଙ୍କ ଆଶୀର୍ଵାଦରୁ କାବ୍ୟ ଲେଖିଛନ୍ତି ବୋଲି ଵର୍ଣନା କରିଛନ୍ତି. ତେଣୁ ସମାଲୋଚକମାନେ ତାଙ୍କୁ ମହାମୁର୍ଖ ଭାବେ ବର୍ଣନା କରିଛନ୍ତି. ଯେକୌଣସି ପାଠକ ଯଦି ଶାରଳା ସାହିତ୍ୟ ପଢିବ, ତେବେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋତେ ଗଜମୁର୍ଖ ନ ଥିଲେ. ସେଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ. ବରଂ ସେ ତତ୍କାଳୀନ ସମାଜର ବଡପଣ୍ଡାମାନଙ୍କ ମୂର୍ଖ ବନାଇ ଦେଉଥିଲେ. ଶାରଳା ଦାସ ଅଵଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ. କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରଵେଶ ଥିଲା. ସେ ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିଲେ. ତାଙ୍କର ଅସୀମ ଜ୍ଞାନ ଥିଲା. ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ବହୁତ ଥିଲା. ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ. ଏତେ ସବୁ ସତ୍ତ୍ଵେ ସେ ସେତେବେଳର ସମାଜକୁ ଭୟ କରୁଥିଲେ. ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡିଆ ସାହିତ୍ୟରୁପୀ କୋଣାର୍କ ଗଢିଲେ. ଓଡିଆ ଭାଷାରେ ଏତେବଡ ଓ ଏତେଗୁଡାଏ ଗ୍ରନ୍ଥ ଲେଖିବା ଦ୍ଵାରା ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତାତାଙ୍କ ସାହିତ୍ୟକୁ ଅନାଦର କରିବେ, ଖାସ ଏଇ ଭୟରେ ସେ ଚତୁରବୁଦ୍ଧିରେ ନିଜ କାମକୁ ଆଗେଇ ନେଲେ. ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି. ଯାହା ମା ଶାରଳା କୁହନ୍ତି, ତାକୁ ହିଁ ସେ ଲେଖିଛନ୍ତି. ତାଙ୍କର କିଛି ଦୋଷ ନାହିଁ. ଯେ କୌଣସି ଦ୍ରବ୍ୟରେ ତୁଳସିପତ୍ର ପଡିଲେ ଯେପରି ଵିଷ୍ନୁଙ୍କ ପସାଦ ହୁଏ, ଠିକ ସେମିତି ଶାରଳା ଦେବୀଙ୍କ ନାମକୁ ନେଇ କବି ତାଙ୍କ ପରି ଜଣେ ଶୁଦ୍ରର ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ. ଏଥିରୁ ସେ କେତେଦୁର ଇଶ୍ଵର ଵିଶାସୀ ଥିଲେ ତାହାର ପ୍ରମାଣ ମିଳେ. ଓଡିଆ ଭାଷା ସାହିତ୍ୟର ସେ ଜଣେ ଵିରଳ ପ୍ରତିଭା. କବିଙ୍କ ଶାସ୍ତ୍ରଜ୍ଞାନ ଓ ସୈନ୍ୟବାହିନୀରେ ସାମିଲ ହୋଇ ଅନେକ ସ୍ଥାନ ବୁଲି ବିଭିନ୍ନ ଘଟଣାକୁ ଆଖିରେ ଦେଖି ସ୍ମରଣରେ  ରଖିଥିବା ସବୁକଥା  ତାଙ୍କର ସାହିତ୍ୟକୃତିରେ ଦେଖାଯ଼ାଏ.

ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ “ଵିଲଙ୍କା ରାମାୟଣ”, “ମହାଭାରତ”, “ଚଣ୍ଡି ପୁରାଣ” ଏବଂ “ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ.  ଆହୁରି ଅନେକ ଗ୍ରନ୍ଥ ଶେଷ୍ରେ ଶାରଳାଙ୍କ  ଦ୍ଵାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କ ଦ୍ଵାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ.

ବିଲଙ୍କା ରାମାଯ଼ଣ

ଦଶାନନ ରାଵଣକୁ ଵଧକରି ରାମ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି. ସାରା ଅଯୋଧ୍ୟା ଉତ୍ସଵ ମୁଖର ହୋଇ ଉଠିଥାଏ ରାମଙ୍କର ରାଜ୍ୟାଭିଷେକର ଆଯୋଜନରେ. କିନ୍ତୁ ବିଧିର ବିଧାନ ବିଚିତ୍ର. ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ଵ୍ୟସ୍ତ ରହିଯିବେଯଦି ବିଲଙ୍କାସୁରକୁ ଵଧ କରି ଦେବତାମାନଙ୍କୁ  କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ  ଯମ ପଚାରିଛନ୍ତି. ଭଗବାନଙ୍କ

ଆବିର୍ଭାଵ କେବଳ ଧର୍ମ ସଂସ୍ଥାପନ ନିମିତ୍ତ. ରାମ ଵଶିଷ୍ଠୠଷିଙ୍କୁ ଅନେକ କଷ୍ଟକରି ରାଵଣଙ୍କୁ ଵଧ କଲେ ବୋଲି କହିବା ବେଳେ ସୀତା ପ୍ରତିବାଦ କରି ସେ ନିଜେ ରାଵଣକୁ ନିହତ କରିଛନ୍ତି ବୋଲି ଯୁକ୍ତି କରିଛନ୍ତି. ଶେଷରେ ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ଵିଲଙ୍କାସୁରକୁ ଵଧ କରିବାକୁ ଯାଇଛନ୍ତି. ପରେ ହନୁମାନ ରାମଙ୍କୁ ସାହାଯ୍ୟ କରି ମଧ୍ୟ ସଫଳ ହୋଇ ପାରିନାହାନ୍ତି. କିପରି ରାମଙ୍କର ମୃତ୍ୟୁ ହେବ ବୋଲି ଵିଲଙ୍କାସୁର ଗ୍ରାମଦେଵତୀଙ୍କୁ ପୂଜା କଲାପରେ ଯଜ୍ଞ କରିଛି. ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କୁ ସମ୍ପୁର୍ଣ କରାଇ ଦେଇ ନାହାନ୍ତି. ଵିଲଙ୍କାସୁରକୁ ଵଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେଵତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ଵିଲଙ୍କା ଆଣିଛନ୍ତି. ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ଵିଲଙ୍କାସୁରକୁ ମାରି ପାରି ନାହାନ୍ତି. ଦେଵଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସ ଵଧ କରିବାକୁ ନିଵେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି.  ଯୁଦ୍ଧକରି ଶେଷରେ ଵିଵସ୍ତ୍ର ହେବାରୁ ରାକ୍ଷସ ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଛି. ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ଵିଲଙ୍କାସୁରର ମୃତ୍ୟୁହୋଇଛି ଓ ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି.

ମହାଭାରତ

ଵ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକଵି ସାରଳା ଦାସ ଓଡିଆରେ ମହାଭାରତ ଲେଖିଛନ୍ତି. ସଂସ୍କୃତରୁ ଅନୁବାଦ କରି ନାହାନ୍ତି. କଵି ନିଜର ଦୃଷ୍ଟିଭଙ୍ଗୀ ଓ ମୌଳିକ ଵିଚାରବୋଧର ପ୍ରକାଶ କରିଛନ୍ତି. ଓଡିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ଵେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି. ସେ କେତେକ ସ୍ଥାନରେ ସଂସ୍କୃତ ମହାଭାରତ ଘଟଣାକୁ ସଂକ୍ଷିପ୍ତ କରି, କେଉଠି ବା ଛୋଟକୁ ବଡ କରି ବର୍ଣନା କରିଛନ୍ତି. ତ ଆଉ କେଉଁଠି କେତେକ ଘଟଣାକୁ ସମ୍ପୁର୍ଣ ଛାଡ଼ି ଦେବାବେଳେ କେଉଁଠି କେଉଁଠି ଯାହା ମୁଳ ମହାଭାରତରେ  ନାହିଁ  ସେପରି ଘଟଣା  ନିଜ ମନରୁ ଵର୍ଣନାକରିଛନ୍ତି.

କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ଵିଵାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀଵଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅଵତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ଵିଵାହ କଥା – ଏନିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି. ସେ ଗଳ୍ପରୁ କିଛି ଶୁଣାଯାଉ.

ଶାହଡ଼ାଗଛର ମାହାତ୍ମ୍ୟ

ଥରେ ଦେବ ଦେବ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ. ବାଟରେ ଯାଉ ଯାଉ ବୃଷଭ ତାର ବାମପଟରେ ଗୋଟିଏ ଶାହଡା ଗଛ ଦେଖି ଖୁସିହେଲା.ସେ ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ  ରଖିଲା. ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା “ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ”. ଏକଥା ବୃଷଭଠାରୁ ଶୁଣି ଶିଵ ଆଶ୍ଚର୍ଯ୍ୟ ହେଲେ.

ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସେ ବୃଷଭକୁ ନେଇ ବିଭିନ୍ନ ସ୍ଥାନକୁ ଗଲେ. ଦୁହେଁ କ୍ଳାନ୍ତ ହୋଇ ପଡିବାରୁ ଶେଷରେ ସୁର୍ଯ଼୍ୟାସ୍ତ ସମୟକୁ ଶିଵ କୈଳାସ ଫେରି ଆସିଲେ. ଏଣେ ଭୁତନାଥଙ୍କ ଵିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେଵଳ ପନ୍ଚଗ୍ରାସୀ କରୁଥାନ୍ତି ଏତିକିବେଳେ ଶିଵଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା. ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ଆସି ମୁହଁ ଧୋଇଛନ୍ତି. ଅର୍ଘ୍ୟଥାଳି ନେଇ ସ୍ଵାମୀଙ୍କୁ ଵନ୍ଦାପନା କରି ପ୍ରାସାଦକୁ ନେଇ ଆସିଛନ୍ତି. ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିଵ ଆନନ୍ଦରେ ରାତି କଟାଇଛନ୍ତି.

ତେଣେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖରେ ବାସିନଡା ଖାଇବାକୁ ଅଛି ବୋଲି ଭାବିଛି. କିନ୍ତୁ ହଠାତ୍ କୁଣ୍ଡରୁ ଆସୁଥିବା ମହମହ ଅମୃତ ବାସ୍ନା ଆଘ୍ରାଣ କରି ବୃଷଭ ଆଶ୍ଚର୍ଯ୍ୟ ହୋଇଛି ଓ ତାପରେ କୁଣ୍ଡକୁ ଦେଖି ଆନନ୍ଦରେ ନାଚି ଉଠିଛି. ସେ ତା ଆଖିକୁ ଵିଶ୍ଵାସ କରିପାରିନି. ଜାତି ଜାତିକା ଖାଦ୍ୟପେୟ ପଦାର୍ଥରେ ତା କୁଣ୍ଡ ପରିପୁର୍ଣ. ବୃଷଭ ଶାହଡ଼ା ଗଛ ଦେଖିବା ଓ ତା  ପତ୍ରମୁଣ୍ଡରେ ରଖିବା ହେତୁ ଆଜି ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଛି.

ତା ପରଦିନ ସକାଳୁ ଶିଵ ଉଠି ତାଙ୍କର ପ୍ରିୟ ବାହନକୁ ଗତ କାଲି ଦେଇଥିବା ନିଷ୍ଠୁର ଆଦେଶକୁ ମନେ ପକାଇ ଶୀଘ୍ର ଶୀଘ୍ର ଯାଇ ତା ପାଖରେ ପହନ୍ଚିଛନ୍ତି. ତାଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିଛନ୍ତି.

ଉଆଁସୀ କନ୍ୟା 

ବ୍ରହ୍ମରାକ୍ଷସ ଜନ୍ମରୁ ଅନ୍ଧ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ବ୍ରହ୍ମରାକ୍ଷସୀ ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ. ଏଣୁ ଦୁହେଁ ଅବିବାହିତ ଥିଲେ. ସେମାନଙ୍କ ପ୍ରସ୍ତାବ ଯେଉଁଠି ପଡୁଥିଲା ସେ ବରକନ୍ୟା ମାନେ ମରିଯାଉଥିଲେ.ଶେଷରେ ବ୍ୟାସକବି ନିଜେ ଯାଇ ଗାନ୍ଧାରସେନ ରାଜାଙ୍କଠାରୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ. ରାଜା ତ ପ୍ରଥମରେ ରାଜି ହେଉ ନଥିଲେ, କିନ୍ତୁ ପରେ ମାନିଲେ. ତେବେ ବିବାହ ପୁର୍ବରୁ ବ୍ୟାସଦେଵଙ୍କ ପରାମର୍ଶରେ ରାଜା ଗାନ୍ଧାରସେନ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ଵିଵାହ ଦେଲେ. ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ସେମିତି ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ସେ ଗଛରେ ନିଆଁ ଲାଗିଗଲା ଓ ଗଛଟି ପୋଡି ପାଉଁଶ ହୋଇଗଲା. ସମସ୍ତେ ଚମକି ପଡିଲେ ଏ ଘଟଣା ଦେଖି. ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ତାପରେ ସେ ଧୃତରାଷ୍ଟ୍ରଙ୍କୁ ଵିଵାହ କଲେ.

ସତ୍ୟ ଆମ୍ବ କଥା

ଦିନେ କୌରଵ କୁଳଶ୍ରେଷ୍ଠ ଦୁର୍ଯୋଧନ ପାଣ୍ଡଵମାନଙ୍କ ଅଜ୍ଞାତ ଵନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଶକୁନିଙ୍କ ସହ ମନ୍ତ୍ରଣା କରିଛନ୍ତି. ମାମୁଁଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ପାଣ୍ଡବମାନଙ୍କ ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି. ଯେଉଁମାନେ ଆଶ୍ଵିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିନ୍ହିବ ଵୋଲି ଗୌରମୁଖଙ୍କୁ କହିଛନ୍ତି. ଚାରିମାସ କାଳ ଖୋଜି ଖୋଜି ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ  ଅସ୍କନ୍ଦ ଵନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି. ଖାଇବା ପାଇଁ ସେ  ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ମାଗିଛନ୍ତି. ଅତିଥିମାନଙ୍କର ଏପରି କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି ଓ ଏହାର ସମାଧାନ ପାଇଁ ମନେ ମନେ ଉପାୟ ଖୋଜିଛନ୍ତି. ଯୁଧିଷ୍ଠିର ଅସମୟରେ ଆମ୍ବ ମିଳିବନାହିଁ ଜାଣି ମଧ୍ୟ ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇ ନିରାଶ ହୋଇଛନ୍ତି. ଶେଷରେ ଅତିଥିଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି. ଶ୍ରୀକୃଷ୍ନ ପହଙ୍ଚିବା ପରେ ପଣ୍ଚୁପାଣ୍ଡଵ ଏବଂ ଦ୍ରୌପଦୀ ସତକଥା କହିଛନ୍ତି. ପାଙ୍ଚଭାଇଙ୍କ ସତକଥା ଶୁଣି ଟାକୁଆରୁ ଗଜା ହୋଇ ଗଛ ହୋଇଛି. ଫୁଲ ଫୁଟି କଷି ଧରିଛି. ଆମ୍ବଟି ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ପାଚି ହଳଦିଆ ପଡିଯାଇଛି.

ଯୁଧିଷ୍ଠିର ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି. ବ୍ରାହ୍ମଣ ଗଧୋଇସାରି ଆମ୍ବ ଖାଇବେ କହି ଆମ୍ବଟି ନେଇ ଦୁର୍ଯୋଧନଙ୍କୁ ଦେବେ ବୋଲି ସ୍ଥିର କରି ସେଠାରୁ ପଳାଇ ଯାଇଛନ୍ତି. ମାତ୍ର ଏ ମନ୍ଦ ଉଦ୍ଦେଶ୍ୟ ଜାଣି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡଵମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି.

ବାବନାଭୁତ କଥା

ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ. ସେ ଗାଁକୁ ଲାଗି ଏକ ବଡ ଭୟଙ୍କର ମଶାଣୀ ଥାଏ. ସେ ମଶାଣୀରେ ରାଜା ଥିଲା ବାବନାଭୁତ. ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତା ଆଦେଶ ପାଳନ୍ତି. ସେମାନେ ସେ ବାଟରେ ଯାଉଥିବା ଲୋକମାନଙ୍କୁ ଢେଲାପଥର ପକାଇ ହଇରାଣ କରନ୍ତି. ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା. ଭୁତମାନଙ୍କର ଏପରି ଉପ୍ତାତରେ ସେ ଗାଁ ଲୋକମାନେ ଡରିହରି ବଡ କଷ୍ଟରେ ଦିନ ବିତାଉଥାନ୍ତି.

ଭଗବାନ ଦିନେ ତାଙ୍କର ଡାକ ଶୁଣିଲେ. ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ଆସି ସେ ଗାଁରେ ପହଙ୍ଚିଲେ. ତାଙ୍କୁ ଗୁଣି ଗାରୁଡି ଜଣାଥିଲା. ଲୋକମାନେ ରାଉଳଙ୍କୁ ପାଇ ଖୁସି. ତାଙ୍କପାଇଁ ଘରଦ୍ଵାର କରିଦେଲେ. ରାଉଳଙ୍କର ସିନା ଘରଦ୍ଵାର ହୋଇଗଲା ହେଲେ ଚାଷ ପାଇଁ ଜମି ତ ଦରକାର. ଜମି ନ ହେଲେ ସେ ଓ ତାଙ୍କ ପିଲାଛୁଆ ଖାଇବେ କଣ? ଜମି ବା କାହିଁ? ସେ ବୁଲି ବୁଲି ସ୍ଥିର କଲେ ସେ ବଡ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ. ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିଵାର ପୋଷିବେ.

ଗା ଲୋକଙ୍କୁ ସେ ମନକଥା କହିବାରୁ ଗାଁବାଲା ତାଙ୍କୁ ବାବନାଭୁତ କଥା କହି ସେ କାମ ନ କରିବାକୁ ପରାମର୍ଶ ଦେଲେ. ବାବନାଭୁତର ଉପଦ୍ରବ କଥା କହିଲେ. ସେ କିପରି ଲୋକମାନଙ୍କୁ ହଇରାଣ ହରକତ କରି ମୃତ୍ୟୁମୁଖରେ ପକାଏ ସେକଥା କହିଲେ.

ଶୁଦ୍ରକ କହିଲା – ମୁଁ କେତେ ଭୁତ ପ୍ରେତଙ୍କୁ ଏଇ ହାତରେ ସାବଡ଼ କରିଦେଇଚି. ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି. ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ. ତେଣିକି ମୋ ଦାୟୀତ୍ଵ. ତୁମେମାନେ ଵ୍ୟସ୍ତ ହୁଅନାହିଁ. ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି.

ହଳ ଚାଲିଲା. ଭୁତମାନେ ଯାଇ ବାବନାଭୁତକୁ ସବୁ କଥା ଜଣାଇଲେ. ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ. ସେମାନେ ଡରରେ ବରଡାପତ୍ର ପରି କମ୍ପୁଥାନ୍ତି.

ଏତିକି ବେଳେ ଶୁଦ୍ରକ ରାଉଳ ପହଙ୍ଚିଗଲା. ତା ଵିଦ୍ୟା ପ୍ରୟୋଗ କରି ଦଉଡି ଠେଙ୍ଗାରେ ସେମାନଙ୍କୁ ଆଛ୍ଛା ପାନେ ଦେଲା. ଭୁତମାନେ ତାଙ୍କୁ ମୁକ୍ତିଦେବାକୁ ପ୍ରାର୍ଥନା କଲେ. ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ. ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ. ବାବନାଭୁତ ସେ କଥାରେ ରାଜି ହେଲାନାହିଁ. ସେ ତା କାମ କରିବାକୁ ବାହାରି ଗଲା.

ରାଉଳ ଜମିରୁ ଯାଇ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି. ନାନା କଥା କହୁଛି. ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି. ସେ ମନ୍ତ୍ର ପଢି ଭୁତକୁ ପିଟିଲା. ବାବନାଭୁତ ନାକ କାନ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଇଗଲା ଯେ, ଆଉ ତାର ପତ୍ତା ମିଳିଲା ନାହି. ସେ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା. ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ.

ଦ୍ଵାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ

ଵିଶ୍ଵ ଦରବାରରେ ଓଡିଶାର ଜଗନ୍ନାଥ ଧର୍ମ ଅତୁଳନୀଯ. ଜଗନ୍ନାଥ ଓଡିଆ ଜାତିର ଜାତୀୟ ଦେଵତା ହେଲେ ହେଁ, ତାଙ୍କର ପ୍ରସିଦ୍ଧି ଵିଶ୍ଵବ୍ୟାପୀ. ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆରାଧ୍ୟ ଦେଵତା.ସେ ହେଉଛନ୍ତି ସବୁ ଧର୍ମର ସମନ୍ଵୟ. ସବୁ ଚିନ୍ତା ଚେତନା ଏବଂ ସାରସ୍ଵତକୁ ଏକାଠିମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି – ଜଗନ୍ନାଥ ଧର୍ମ. ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ଵିଗ୍ରହ ରୁପେ ଗ୍ରହଣ କରିବା ଲାଗି ଦ୍ଵିଧା ପ୍ରକଶ କରନ୍ତି ନାହିଁ. ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ ‘ରାମ’ କିଏ କହେ ‘ବାମନ’ କିଏ କହେ ‘ଅଲେଖ ନିରଞନ’ ପୁଣି କିଏ କହେ ‘ବୁଦ୍ଧଦେବ’. ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ଵରରେ କହିଛନ୍ତି, ସେ ହେଉଛନ୍ତି ‘ଶ୍ରୀକୃଷ୍ଣ’.

ଦ୍ଵାପର ଯୁଗର କଥା. ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ. ଏଇ ସମୟରେ ଜାରାଶବର ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିଲା. ଲତା ଗହଳିରେ ସେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ସେ ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା. ପାଖକୁ ଯାଇ ଦେଖେ ତସେ ଦ୍ଵାରିକାଧିପତି ଶ୍ରୀକୃଷ୍ଣ. ତାଙ୍କର ମହିମା ସେ ଆଗରୁ ଜାଣିଥିଲା. ଏବେ ସେ ଶ୍ରୀକୃଷ୍ଣ ହତ୍ୟାର କାରଣ ହୋଇଥିବାରୁ ନିଜକୁ ଖୁବ ଧିକ୍କାର କଲା.

ମାତ୍ର ଏହା ଥିଲା ବିଧିର ବିଧାନ – ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର .

“କାତରେ ବେନି ହାତ ଯୋଡି, କୃଷ୍ଣଙ୍କ ଚରଣ ତଳେ ପଡି

ଉଠି କପାଳେ ମାରି କର, ବୋଲଇ ମୁହିଁ ଦୁରାଚାର

ନ ଜାଣି କଲି ଏଡେ କର୍ମ, କେ ମତେ କଲା ମତିଭ୍ରମ

ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର”

ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡଵମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ. ମାତ୍ର ସେ ଅକ୍ଷୟ ବ୍ରହ୍ମ କଣ ସହଜରେ ଦାହ ହୁଅନ୍ତା? ପୋଡିବା ପାଇଁ ବହୁ ଚେଷ୍ଟାକରି ପାଣ୍ଡଵମାନେ ନିରାଶ ହେଲେ. ଶେଷକୁ ଉପାୟ ନପାଇ ପାଣ୍ଡଵମାନେ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ. ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା. ସେଇଠି ଯୁଗ ଯୁଗ ଧରି ସେ ନୀଳମାଧଵ ରୁପରେ ପୂଜା ପାଇଲେ. ଵିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ଵିଦ୍ୟାପତି ଆସିଲେ. ନୀଳମାଧଵ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ. ରାଜା ସୈନ୍ୟସାମନ୍ତ, ସକଳ ଅଶ୍ଵ ଗଜ ନେଇ “ଦାରୁବ୍ରହ୍ମ ” ପାଇଁ ଗଲେ. ସେ ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା. ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ. ଠାକୁର ତାଙ୍କୁ ସ୍ଵପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ “ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା. ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ଵଂଶଧର ମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ଵଂଶଧରଙ୍କୁ. ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି”. ଶେଷରେ ତାହା ହି ହେଲା. ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ. ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା. ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ଵୟଂ ଵିଶ୍ଵକର୍ମା.

ସେଇ ଦାରୁ ଦେଵତା… ଶବର ଦେଵତା… ହେଉଛନ୍ତି ଦ୍ଵାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏଵଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ.

ଯାହା ପାଖରେ ଵିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ ମୁସଲମାନର. ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର.

ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ଵାସ୍ତବ ରୁପ ନେଇଛି.

କଳି ଅଵତରଣ ପ୍ରସଙ୍ଗ

ମହାଭାରତ ଯୁଦ୍ଧ ଶେଷ ହେଲା. ଧର୍ମରେ ଥିବାରୁ ପନ୍ଚୁପାଣ୍ଡଵଙ୍କର ଵିଜୟ ହେଲା. ସେତେବେଳକୁ ଦ୍ଵାପର ଯୁଗ ସରି ଆସିଲାଣି. କଳିଯୁଗ ପ୍ରଵେଶ କରିବ. କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେଵ କଳିକୁ ଅଟକାଇ ରଖିଲେ. ଯୁଧିଷ୍ଠିର ସ୍ଵର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି. ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା. ଜଣେ ବ୍ରାହ୍ମଣ ଓ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ. ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା. କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ. ସେ ପରିଶ୍ରମ କରି ପାଇଛି ଏଣୁ ତାର ନେବା ଉଚିତ. ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା. ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା. ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ. ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁମନ୍ତ୍ରୀ ସହଦେଵଙ୍କୁ ପଚାରିଲେ. ସହଦେଵ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ଵାପର ଯୁଗର ପ୍ରଭାବ ଏବେ ବି ରହିଛି. ଆପଣ ତ ସ୍ଵର୍ଗକୁ ବାହାରିଲେଣି. ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି. ରାଜା ପରୀକ୍ଷିତ ଏହାର ଵିଚାର କରିବେ.

ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ. ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା. ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ,  ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ. ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ. ସବୁ ଶୁଣି ରାଜା ପରୀକ୍ଷିତ କହିଲେ – ତୁମେ କେହି ସେ ଜିନିଷ ପାଇବ ନାହିଁ. ତାହା ରାଜକୋଷରେ ଜମା ହେବ.

ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ. ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ.

ଚଣ୍ଡି ପୁରାଣ

ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣନା କରିଛନ୍ତି. ମହାଭାରତର ଵିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣନା କରିଛନ୍ତି.   ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି.

ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହା ଦ୍ଵାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧଯ଼ରେ ସମସ୍ତଙ୍କୁ ପରାସ୍ତ କଲା. ଦିଗ୍ବିଜୟୀ ଵୀର ହୋଇ ଶେଷରେ ସ୍ଵର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା. ଅନେକ ଦେବତାଙ୍କୁ ଆଣି ବନ୍ଦୀ କଲା. ଦେବତାମାନେ ଭୟରେ ଲୁଚିଲେ. ତାର ପାପର କଳସ ପୁରି ଆସିଲା, ପାପର ଶେଷ ଅବସ୍ଥା ଆସିଲା.

ଦେଵତାଙ୍କ ମୁଖର ଅଗ୍ନିରୁ ଦେଵୀ ଦୁର୍ଗା ଜନ୍ମ ନେଲେ. ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ଵିକାଳ, କାନ୍ତିମାଳା, ଵିଡାଳାକ୍ଷ, ରକ୍ତବିର୍ୟ, ଵୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଛି. ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କରିଛନ୍ତି.

ଲକ୍ଷ୍ମୀନାରାୟଣ  ବଚନିକା

କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥ ଗୁଡିକ “ଦାଣ୍ଡିବୃତ୍ତ”ରେ ଲେଖାଯାଇଛି, ହେଲେ ଲକ୍ଷ୍ମୀନାରାୟଣ ବଚନିକା ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର. ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣନା କରାଯାଇଛି.

ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ. ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି. ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀ ମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣନା କରିଛନ୍ତି. ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି. ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି. ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣନା ରହିଛି. ଏସବୁ ଦ୍ଵାରା ସମାଜରେ ବିଶୃଙ୍ଖଳା ନ ପଶି ସମାଜ ସୁସ୍ଥ ଥିବାର ଜଣାଯାଏ.

କବିଙ୍କ ଶେଷ ଜୀବନ

ଆଦିକବି ଓଡିଆ ଭାଷାରେ ପ୍ରଥମ କବି. ତେଣୁ ସେ କେତେଗୁଡିଏ ଗ୍ରନ୍ଥ ରଚନ କଲା ପରେ ଦିନେ କାଳର ଡାକରା ପାଇଲେ. ପ୍ରତିବର୍ଷ ର ମାଘ ସପ୍ତମୀ ତିଥୀ ତାଙ୍କର ତିରୋଧାନ ଦିବସ ରୁପେ ପାଳିତ ହୁଏ. ଆଦିକବି ଶାରଳା ଦାସଙ୍କ ମହାପ୍ରୟାଣ ପରେ ଲୋକମାନେ ତାଙ୍କ ମଠରେତାଙ୍କୁ ସମାଧି ଦେଇଥିଲେ. ଏହା ଥିଲା କବି ଶାରଳା ଦାସଙ୍କର ଅନ୍ତିମ ଇଛା. ତାଙ୍କର ସାହିତ୍ୟ କ୍ରୁତି ଯୋଗୁଁ ଆଦିକବି ଓଡିଶାର ପୁରପଲ୍ଲୀରେ ସର୍ବତ୍ର ଚିର ଅମର. ଆମର ସାହିତ୍ୟର ଭାବଧାରାକୁ ଆଗେଇ ନେବା କ୍ଷେତ୍ରରେ ଯେଉଁ କେତେକ କବି, କାବ୍ୟକାର, ଭାବୁକ, ଭାଷାକାରଅଦ୍ୟାବଧି ଉଦ୍ୟମ କରୁଛନ୍ତି, ସେମାନଙ୍କୁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଉଛି.